ଆଗାମୀ ୧୨ ବର୍ଷରେ ୨୦୩୬ରେ ଓଡ଼ିଶାକୁ ୧୦୦ ବର୍ଷ ହେବାକୁ ଯାଉଚି. ଏହି ଆଗାମୀ ୧୨ ବର୍ଷ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ - ଆମକୁ କେବଳ ଦଣ୍ଡେ ଖାଇ ଦଣ୍ଡେ ବଞ୍ଚିବା ନୁହେଁ ବରଂ ଆଗକୁ ଦୌଡ଼ିବାକୁ ହେବ - ଆମ ପିଲାଙ୍କ ପାଇଁ. ଆଗାମୀ ୨୩ ବର୍ଷରେ ଭାରତର ସ୍ଵାଧୀନତାକୁ ୧୦୦ ବର୍ଷ ମଧ୍ୟ ପୁରିବ. ଖାଲି ବିକଶିତ ଭାରତ ନୁହେଁ ମୋ ସ୍ବପ୍ନ ଓଡ଼ିଶା ଆମ ଦେଶର ପ୍ରଥମ ୫ ଟି ରାଜ୍ୟ ମଧ୍ୟରେ ଆସୁ - ଆମ ପିଲା ଦାଦନ ଖଟିବାକୁ ବାହାରକୁ ନ ଯାଆନ୍ତୁ ବରଂ ଆମ ପିଲାଙ୍କ କମ୍ପାନୀରେ ଚାକିରୀ କରିବା ପାଇଁ ବାହାର ଲୋକ ଓଡ଼ିଶା ଆସନ୍ତୁ, ଆମ ଭୁବନେଶ୍ୱର ବାଙ୍ଗାଲୋର ନୁହେଁ ସିଙ୍ଗାପୁର ହଉ, ଆମେ ପାଣି, ବିଜୁଳି ଓ ରାସ୍ତା ଘାଟରେ ଦେଶର ପ୍ରଥମ ୩ ଟି ରାଜ୍ୟ ମଧ୍ୟରେ ଆସୁ, ଆମ ରାଜ୍ୟରେ ମହିଳା ମାନେ କେବଳ ଘର ନୁହେଁ ବରଂ ରାଜ୍ୟର ପ୍ରମୁଖ ସଂସ୍ଥା ତଥା ବିଧାନ ସଭା ଚଳାନ୍ତୁ, ବିଜ୍ଞାନ କ୍ଷେତ୍ରରେ ଆମେ ଯେତେ ଆଗକୁ ଯାଉ କଳା ଓ ସଂସ୍କୃତିରେ ତା ଠୁ ଅଧିକ ପ୍ରଗତି କରୁ, ଆମ ପୁରୀ ଓ ଜଗନ୍ନାଥ ମନ୍ଦିର ଆମ ଦେଶର ସବୁଠୁ ବଡ଼ ଆଧ୍ୟାତ୍ମିକ କ୍ଷେତ୍ର ହଉ.
ଏସବୁ ହେବ କେମିତି ?
କିଛି ଚେଷ୍ଟା ମୁଁ କରିବି କିଛି ଚେଷ୍ଟା ଆପଣ କରିବେ . ଆମେ ମିଳି ମିଶି ନୂଆ ଓଡ଼ିଶା ଗଢି ତୋଳିବା.
ମୁଁ ଏଥର ସମ୍ବଲପୁରର ଦାୟୀତ୍ବ ନଉଛି. ଆଗାମୀ ୧୨ ବର୍ଷରେ ଯେବେ ଆମେ ମିଶି ଭୁବନେଶ୍ୱରକୁ ସିଙ୍ଗାପୁର କରିବା, ସମ୍ବଲପୁର ମଧ୍ୟ ମୁମ୍ବାଇ ପରି ବଡ଼ ହବାର ସ୍ବପ୍ନ ମୋର.
ଆସନ୍ତୁ ଆମେ ସଭିଏ ମିଶି ବଡ଼ ଭାବିବା ଓ ଓଡ଼ିଶା ପାଇଁ ବଡ଼ ସ୍ବପ୍ନ ଦେଖିବା.
ରାଜ୍ୟର ଦାୟୀତ୍ବ ନେବା.
- ଧର୍ମେନ୍ଦ୍ର
Dharmendra Pradhan is an Indian politician serving as the Minister of Education and Minister of Skill Development and Entrepreneurship in the Government of India. An alumnus of Talcher College and Utkal University, he has also been the Minister of Petroleum & Natural Gas and the Minister of Steel.
ଓଡ଼ିଶାର ପାଣି ପବନ ଠାକୁର ମନ୍ଦିର ପିଠା ପଣା ସବୁ ନିଆରା. ଆମ କାଳିଆ ଠାକୁର, ଆମ ବର୍ଣ୍ଣବୋଧ, ଆମ ଆରିଶା, ଆମ ଗାଁ - ଏସବୁ କୁ ଆମ ପିଲା ଓ ତାଙ୍କ ପିଲାମାନଙ୍କ ପାଇଁ ସାଇତି ରଖିବା ଆମ ଦାୟିତ୍ୱ. ଆଗକୁ ବଢିବା ଯେତିକି ଜରୁରୀ ଆମ ସଂସ୍କୃତି ପରମ୍ପରାକୁ ସାଇତି ରଖିବା ମଧ୍ୟ ସେତିକି ଜରୁରୀ. ନହେଲେ ଆଗକୁ ବଢ଼ି ଧନୀ ହୋଇ ଯିବା ହେଲେ ଘରକୁ ଫେରିବାକୁ କିଛି ନଥିବ.
ଓଡ଼ିଆ ଭାଷା, ମନ୍ଦିର, ସଂସ୍କୃତି, ସାହିତ୍ୟ, ପୂଜା ପର୍ବାଣୀ - ଆମ ଦାୟୀତ୍ବ ଏହାର ରକ୍ଷାବେକ୍ଷଣା.
ମୁଁ ଓଡ଼ିଶା ରିସର୍ଚ୍ଚ ସେଣ୍ଟର୍ , କୋଣାର୍କ ସେଣ୍ଟର୍, ପାଇକ ସ୍ମାରକୀ ପରି ଛୋଟ ଛୋଟ କାମ କରି ଆମ ସଂସ୍କୃତି ରକ୍ଷା କାମରେ ଲାଗିଚି. ଆଗକୁ ଅଧିକ କାମ କରିବି
ବଡ଼ ଭାବିବା ବଡ଼ ସ୍ବପ୍ନ ଦେଖିବା ହେଲେ ଆମ ପରମ୍ପରାକୁ ସାଇତି ରଖିବା ଆମ ପିଲାଙ୍କ ପାଇଁ
Union Education, Skill Development and Entrepreneurship Minister Dharmendra Pradhan participated in a grand 'Bandhumilan' (Get-together) programme held here last night.
Union Minister Dharmendra Pradhan arrived in Sambalpur on Monday and said that India will be made a developed country and Odisha will become a developed state with Prime Minister Narendra Modi's guarantee
Union Minister Dharmendra Pradhan on Thursday welcomed former BJD MPs Bhartruhari Mahtab, Sidhant Mohapatra and Padma awardee Damayanti Beshra to BJP 'family'.
Union Minister Dharmendra Pradhan celebrated the festival of colours- Holi with BJP activists and general public in Sambalpur, Odisha on Tuesday..